ତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟରେ ସାମିଲ ହେଲେ ପରିବାରର ମହିଳା, ବୁଧବାର ୱାଗନରେ କୋଇଲା ପରିବହନ ବନ୍ଦ ନିଷ୍ପତ୍ତି

You are currently viewing ତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟରେ ସାମିଲ ହେଲେ ପରିବାରର ମହିଳା, ବୁଧବାର ୱାଗନରେ କୋଇଲା ପରିବହନ ବନ୍ଦ ନିଷ୍ପତ୍ତି

ତାଳଚେର : ତାଳଚେରରେ ଟ୍ରକ ମାଲିକ ସଂଘର ଜାରିଥିବା ଚକା ବନ୍ଦ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ଆଜି ଆନ୍ଦୋଳନ ଅଧିକ ଶାଣିତ ହୋଇଛି। ଆଜି ଟ୍ରକ ମାଲିକଙ୍କ ପରିବାରର ମହିଳାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଏ ଅବସରରେ ଟ୍ରକ ମାଲିକଙ୍କ ପରିବାର ପକ୍ଷରୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଚକା ବନ୍ଦ ଯୋଗୁ ରାସ୍ତାରେ ଗମ୍ଭୀର ଟ୍ରାଫିକ ଜାମ୍ ହୋଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନକୁ ଅନ୍ୟ ତିନୋଟି ସଂଘ ସମର୍ଥନ କରିଛନ୍ତି। ଫଳରେ ତାଳଚେରର ଲିଙ୍ଗରାଜ କୋଇଲା ଖଣି ଅଞ୍ଚଳରୁ ହିଙ୍ଗୁଳା ଖଣି ଓ କଣିହାଁ ଖଣି ପର୍ଯ୍ୟନ୍ତ ସମସ୍ତ ୧୦ଟି ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଅନ୍ୟପକ୍ଷରେ ଏହି ଆନ୍ଦୋଳନରେ ପ୍ରଶାସନ ଓ ପ୍ଲାଣ୍ଟର କୁମ୍ଭକର୍ଣ୍ଣ ନିଦ୍ରାରେ ରହିବାରୁ ଆସନ୍ତା କାଲି ବୁଧବାର ଠାରୁ ରେଳ ଯୋଗେ ୱାଗନରେ କୋଇଲା ପରିବହନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସଭାପତି ଶ୍ରୀ ଭୂତିଆଙ୍କ ନେତୃତ୍ୱରେ ଜାରିଥିବା ଆଜିର ଆନ୍ଦୋଳନରେ ମହିଳାମାନେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରକ ମାଲିକ ସଙ୍ଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ମାନସ ରଞ୍ଜନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ରତନ ଶତପଥୀ, ମହେଶ ଅଗ୍ରୱାଲ, ନିରଞ୍ଜନ ପ୍ରଧାନ, ରାଜକିଶୋର ସାହୁଙ୍କ ସମେତ ତାଳଚେର ଟ୍ରକ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply