ରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

You are currently viewing ରାଗିଂ ପରେ ବି ସରକାର ତତ୍ପରତା ପ୍ରକାଶ ନ କରିବାକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେଲେ ଧାରଣା

ଅନୁଗୁଳ: ଗଞ୍ଜାମ ସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଯେଉଁଭଳି ଅମାନୁଷିକ ଭାବରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅତ୍ୟାଚାର କରାଯାଇଛି, ତାହାକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ପ୍ରତିବାଦ କରିଛନ୍ତି।

ଏହି କଲେଜରୁ ହିଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ବିଶ୍ଵବିଦ୍ୟାଳୟ/ମହାବିଦ୍ୟାଳୟର କ୍ୟାମ୍ପସ କେତେ ଅସୁରକ୍ଷିତ, ଅସ୍ଥିର, ଆତଙ୍କିତ ଓ ବିପଦ ସଂକୁଳ ହୋଇଛି ତାହା ସ୍ପଷ୍ଟ ହୋଇପଡ଼ିଛି।
କଲେଜ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଯେଉଁ ଆଣ୍ଟି ରାଗିଂ ସ୍କ୍ୱାର୍ଡ ଗଠନ ହୋଇଛି ତାହା ନାମକୁ ମାତ୍ର। ଏ ପର୍ଯ୍ୟନ୍ତ କଲେଜ କାନ୍ଥରେ ଟୋଲ୍ ଫ୍ରି ନମ୍ବର ଲେଖାଯାଇ ନାହିଁ। ଉଚ୍ଚ ଶିକ୍ଷାମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି।
ଏହାକୁ ବିରୋଧ କରି ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ବିଶ୍ଵଜିତ ପ୍ରଧାନ, ସାଧାରଣ ସମ୍ପାଦକ ତନ୍ମୟ ସାହୁ, ଶୁଭେନ୍ଦୁ ସାହୁ, ଅମର ନାୟକ, ଦିନେଶ ସାହୁଙ୍କ ସହ ବହୁ କର୍ମୀ ଯୋଗଦେଇଥିଲେ।

Share

Leave a Reply