ମିଳନରେ ବାଧକ ସାଜିଲେ ପରିବାର ଲୋକ! ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ

You are currently viewing ମିଳନରେ ବାଧକ ସାଜିଲେ ପରିବାର ଲୋକ! ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ

ଅନୁଗୁଳ : ମିଳନରେ ବାଧକ ସାଜିଲେ ପରିବାର ଲୋକ। ଅନ୍ୟ ଉପାୟ ନ ପାଇ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ପ୍ରେମିକ ଓ ନାବାଳିକା ପ୍ରେମିକା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଞ୍ଚଳରେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ କର୍ଣ୍ଣପୁର ଗାଁ ନାଥସାହିର ବିକାଶ ନାଥଙ୍କର ନିକଟ ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ଗତକାଲି ବିବାହ କରିବା ପାଇଁ ଘର ଛାଡ଼ି ପଳାଇଥିଲେ। କିନ୍ତୁ ଝିଅ ନାବାଳିକା ହୋଇଥିବାରୁ ଉଭୟଙ୍କୁ ପରିବାର ଲୋକେ ବୁଝାସୁଝା କରି ଝିଅକୁ ଘରକୁ ନେଇ ଆସିଥିଲେ।

କିନ୍ତୁ ବୁଧବାର ଭୋରରୁ ନାବାଳିକାକୁ ରାସୋଳ ଜଙ୍ଗଲ ଓ ପ୍ରେମିକକୁ ସାତମାଇଲ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ବିଷ ପିଇ ଗୁରୁତର ଥିବା ବେଳେ ଉଭୟଙ୍କୁ ପ୍ରଥମେ ରାସୋଳ ମେଡ଼ିକାଲ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କର ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ସେପଟେ ଯୁବକଙ୍କ ମା’ କହିଛନ୍ତି ଉଭୟଙ୍କୁ ବିଷ ଦେଇ ମାରି ଦେବାକୁ ଉଦ୍ୟମ କରାଯାଇଛି। ଏ ନେଇ ସେ ଅଭିଯୋଗ କରିଥିବା ଜଣାଯାଇଛି।

Share

Leave a Reply