ଅନୁଗୁଳ: ସିସିଟିଭିରେ କଏଦ ହୋଇଛି ଜଣେ ମହିଳାଙ୍କ ଆତ୍ମହତ୍ୟାର ଭିଡିଓ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଶନିବାର ଅପରାହ୍ନରେ ନିଜ ପିନ୍ଧା ଲୁଗାରେ ବେକରେ ଫାଶୀ ଲଗାଇ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି। ଘରେ ସେ ତାଙ୍କର ଭିନ୍ନକ୍ଷମ ସ୍ବାମୀଙ୍କସହ ରହୁଥିଲେ। କିଛଦିନ ହେଲା ତାଙ୍କର ପାରିବାରିକ କଳହ ଲାଗିଥିଲା। ତେବେ ଶନିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଘର ବାରଣ୍ଡାରେ ଥିବା ଏକ ଫ୍ୟାନରେ ନିଜ ପିନ୍ଧାଲୁଗାକୁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ଶବ ବ୍ୟବଛେଦ କରାଯାଇଛି। ତେବେ ଆତ୍ମହତ୍ୟା ବେଳର ସମସ୍ତ ରେକର୍ଡ ସିସିଟିଭି କ୍ୟାମେରାରେ ରହିଛି। ଯାହାକୁ ପୁଲିସ ଏବେ ଜବତ କରିଛି।
ସିସିଟିଭିରେ କଏଦ ଆତ୍ମହତ୍ୟାର ଭିଡିଓ
- Post published:May 29, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
