ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

You are currently viewing ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ: କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍‌ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର‌୍‌ଙ୍କୁ ପୁଲିସ୍‌  ଗିରଫ କରିଛି।
ପୁଲିସ୍‌ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍‌ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି ମାଧ୍ୟମରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ କରାଯାଇଛି। ମଙ୍ଗଳବାର ସୁରକ୍ଷା କର୍ମୀ ନିରାକାର ବାରିକ (ଗନ୍‌ମ୍ୟାନ୍‌)ଙ୍କ ସହିତ ଡ୍ୟୁଟି ଭାଗବଣ୍ଟାକୁ କେନ୍ଦ୍ର କରି ସ˚ସ୍ଥାର ସୁପରଭାଇଜର ସୁରେଶ ଚନ୍ଦ୍ର ନାଥଙ୍କର ବଚସା ହୋଇଥିଲା। ଏଥିରେ ଶ୍ରୀ ନାଥ ଉତ୍‌କ୍ଷିପ୍ତ ହୋଇ ନିରାକରଙ୍କୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୁଣ୍ତ ଫାଟି ଯାଇଥିଲା। ଏ ସମ୍ପର୍କରେ ନିରାକାର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ କେସ୍‌ ରୁଜୁ କରିବା ସହ ସୁପରଭାଇଜର ଶ୍ରୀ ନାଥଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।

Share

Leave a Reply