ମତଦାନ ହାର ବୃଦ୍ଧି ପାଇଁ ‘ସ୍ବିପ୍’ କାର୍ଯ୍ୟକ୍ରମ: ଅନୁଗୁଳରେ ଭୋଟରଙ୍କୁ ସଚେତନ କରୁଛି ପ୍ରଶାସନ

You are currently viewing ମତଦାନ ହାର ବୃଦ୍ଧି ପାଇଁ ‘ସ୍ବିପ୍’ କାର୍ଯ୍ୟକ୍ରମ: ଅନୁଗୁଳରେ ଭୋଟରଙ୍କୁ ସଚେତନ କରୁଛି ପ୍ରଶାସନ

ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ଅନୁଗୁଳ ଜିଲ୍ଲାର ମତଦାନ ହାର ବୃଦ୍ଧି ନିମନ୍ତେ ପ୍ରଶାସନ ପକ୍ଷରୁ ‘ସ୍ବିପ୍’ (SVEEP-Systematic Voters Education and Electoral Participation) ଅନ୍ତର୍ଗତ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅଦାଲ୍ ଏମ୍ ଅଖତାରଙ୍କ ତତ୍ତ୍ବାବଧାନରେ ଜିଲ୍ଲାରେ ଥିବା ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଆସନ୍ତା ମେ’ ମାସ ୨୫ ତାରିଖରେ ଭୋଟ ଦେବା ପାଇଁ ସଚେତନ କରାଯାଉଛି।

ଏ ନେଇ ‘ସ୍ବିପ୍’ ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୁଳ ପୌରାଞ୍ଚଳରେ ଥିବା ବିଭିନ୍ନ ଦୋକାନ ବଜାରକୁ ଆସୁଥିବା ଗ୍ରାହକଙ୍କୁ ସଚେତନତାର ବାର୍ତ୍ତା ଥିବା ଷ୍ଟିକର ବଣ୍ଟାଯାଇ ସଚେତନ କରାଯାଉଛି। ସେହିପରି ସମସ୍ତ ସରକାରୀ ଯାନରେ ମଧ୍ୟ ଭୋଟର ସଚେତନତାର ବାର୍ତ୍ତା ଥିବା ଷ୍ଟିକର ଲଗାଯାଇଛି। ଜିଲ୍ଲାରେ ଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମତଦାନର ମହତ୍ବକୁ ନେଇ ସଚେତନତା ବାର୍ତ୍ତା ଦିଆଯାଉଛି। ଜିଲ୍ଲାର ବିଭିନ୍ନ ଥଇଥାନ ଅଞ୍ଚଳରେ ବାସ କରୁଥିବା ଭୋଟର ମାନଙ୍କୁ ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଭାବେ ସଚେତନ କରାଯାଉଛି । ସେହିପରି ମୁଖ୍ୟ ଓ ଜନଗହଳି ସ୍ଥାନଗୁଡିକରେ କଳାକାରମାନେ ଲୋକକଳା ମାଧ୍ୟମରେ ଭୋଟର ମାନଙ୍କୁ ମତଦାନ କରିବା ପାଇଁ ସଚେତନ କରୁଛନ୍ତି। ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମୁଖ୍ୟ ଜନଗହଳି ସ୍ଥାନ ମାନଙ୍କରେ ସେଲ୍‌ଫି ପଏଣ୍ଟ ସ୍ଥାପନ ଓ ଦସ୍ତଖତ ଅଭିଯାନ ମଧ୍ୟ କରାଯାଉଛି। ମୁଖ୍ୟତଃ ଗ୍ରାମାଞ୍ଚଳର ମହିଳା ଭୋଟରଙ୍କୁ ସଚେତନ କରିବା ନିମନ୍ତେ ମିଶନ ଶକ୍ତି ମା’ଙ୍କ ଜରିଆରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ନିର୍ବାଚନରେ ୮୦ ପ୍ରତିଶତରୁ କମ୍ ମତଦାନ ହୋଇଥିବା ଅଞ୍ଚଳରେ ଅଧିକ ସଚେତନତା କାର୍ଯ୍ୟକ୍ରମ ପ୍ରଶାସନ ତରଫରୁ କରାଯାଉଛି।

Share

Leave a Reply