ଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

You are currently viewing ଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ୟୁଥ୍ ଆଣ୍ଡ ସ୍ପୋର୍ଟସ, ମାଇ ଭାରତ ୟୁଭା ଭାରତ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଗୁଳସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଲାଇଟ୍ ହାଉସର ମୁଖ୍ୟ ରାଜେଶ ସ୍ୱାଇଁ ଯୋଗ ଦେଇଥିଲେ। ଏ ଅବସରରେ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରକୁ ସଫା କରିବା ସହ ବୃକ୍ଷରୋପଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଉତ୍କର୍ଷ ପରିବାର ୟୁଥ୍ କ୍ଲବ୍ ସଭାପତି ଭୀଷ୍ମ ସାହୁ, ଉପସଭାପତି ହୁମୁଡ଼ିୟତ୍ୟ ବେହେରା, ଅନୁଗୁଳ ନେହରୁ ଯୁବ କେନ୍ଦ୍ରର ତପନ କୁମାର ସାମଲ, କ୍ଲବ୍ ସଦସ୍ୟ ଓ ଲାଇଟ୍ ହାଉସ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply