ଅନୁଗୁଳରେ ସ୍ୱତନ୍ତ୍ର ସାହିତ୍ୟ ଆସର

You are currently viewing ଅନୁଗୁଳରେ ସ୍ୱତନ୍ତ୍ର ସାହିତ୍ୟ ଆସର

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଆୟୋଜିତ ହୋଇଥିଲା। ହିନ୍ଦୀ ସାହିତ୍ୟର ଅନ୍ୟତମ ଲୋକପ୍ରିୟ କବୟିତ୍ରୀ ଡ଼ା ରିତୁ ଶର୍ମା ନନନ୍ ପାଣ୍ଡେ ଏହି ଆସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାହିତ୍ୟର ବିଭିନ୍ନ ବିଭବ ଉପରେ ଆଲୋକପାତ କରିଥିଲେ। ନିଜ ବକ୍ତବ୍ୟରେ ଡା ପାଣ୍ଡେ ମାତୃଭାଷାରେ ଲିଖିତ ସାହିତ୍ୟରେ ଯେଉଁ ମିଠାସ ଏବଂ ମାଦକତା ଥାଏ ତାହା ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ସେ ଭାରତୀୟ ମାତ୍ର ସୁରିନାମ ର ବୋହୁ। ତେଣୁ ବହୁ ସଂସ୍କୃତିବାଦ ବାଦ କୁ ସେ ଭଲ ରୂପେ ପରଖିଛନ୍ତି ପରଷିଛନ୍ତି ମଧ୍ୟ। ତାଙ୍କ ସାହିତ୍ୟରେ ଦୂରତ୍ୱ ଏକ ବାଧକ ହୋଇ ରହିନାହିଁ। ଯୁବ ଲେଖକ ମାନଙ୍କୁ ପ୍ରଥମେ ଜଣେ ଭଲ ପାଠକ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଭାରତ ବିକାଶ ପରିଷଦ ଏବଂ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଆସରରେ ପୌରହିତ୍ୟ କରିଥିଲେ ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର। ସେ ଡା ପାଣ୍ଡେଙ୍କ ସାହିତ୍ୟକୁ ବିବିଧବର୍ଣ୍ଣା ବୋଲି ଉଲ୍ଲେଖ କରିବା ସହ ସେସବୁ ବେଶ ପାଠକୀୟ ଆଦୃତି ପାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ବିଜୟ ମୋଦି, ବଜରଙ୍ଗ ଅଗ୍ରୱାଲ ଏବଂ ଅରୁଣ କୁମାର ସାହୁ କୁମୁଦ ଚନ୍ଦ୍ର ଦାସ, ଅରୁଣା ମିଶ୍ର, ଶୀତଳ ମାଲି ପ୍ରମୁଖ ଉପସ୍ଥିତ ଥିଲେ। ସନତ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ବିଶିଷ୍ଟ ଅନୁବାଦକ ଦିନେଶ ମାଲିଙ୍କ ଦୁଇଟି ପୁସ୍ତକ ଏବଂ ଡା ସଦାନନ୍ଦ ପରିଡାଙ୍କ ଗୋଟିଏ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାଉଥ ବଲଣ୍ଡା ସାହିତ୍ୟ ଘର ସଭାପତି ବିଭୁତି ସାହୁ ଦୀନେଶ ମାଲିଙ୍କ ପୁସ୍ତକର ଅନୁବାଦ କରିଥିଲେ।

Share

Leave a Reply