ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

You are currently viewing ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

ତାଳଚେର: ତାଳଚେରର ପୁରୁଣା ଐତିହ୍ୟ ତଥା ଗଣପର୍ବ ବିଘ୍ନରାଜଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ଦୁଇବର୍ଷ ହେବ କରୋନା ଯୋଗୁ ଫିକା ପଡ଼ିଥିବା ପ୍ରଭୁ ଗଣେଶଙ୍କ ପୂଜାକୁ ଧୁମ୍ ଧାମରେ ପାଳନ କରିବାକୁ ନେଇ ଶୁକ୍ରବାର ଏକ ବୈଠକ ଆୟୋଜିତ ହୋଇଯାଇଛି।

ଏଥିପାଇଁ ବଜାର କମିଟି ସଦସ୍ୟ, ତାଳଚେର ଉପଜିଲ୍ଲାପାଳ, ବିଡ଼ିଓ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ମାନେ ଉପସ୍ଥିତ ରହି କମିଟି ଗଠନ କରିଛନ୍ତି। ଏ ଅବସରରେ ପ୍ରଭୁ ଗଣେଶଙ୍କ ପୂଜା ଧୁମ୍ ଧାମ ଏବଂ ଶାନ୍ତି ଶୃଙ୍ଖଳାର ସହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Share

Leave a Reply