ରାଣୀଗୋଡ଼ାର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଆୟୋଜିତ

You are currently viewing ରାଣୀଗୋଡ଼ାର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଜରୁରୀ ବୈଠକ ସଭାପତି ରାଜ କିଶୋର ଦାସଙ୍କ ସଭାପତିତ୍ବରେ ମଞ୍ଚର ସଭାଗୃହ ଠାରେ ଆୟୋଜିତ ହୋଇଛି।

ଆଲୋଚନାରେ ଆୟ ବ୍ୟୟର ହିସାବ, ସଭାଗୃହ ସଂପ୍ରସାରଣ ନିମନ୍ତେ ବିଧାୟକ ଓ ସାଂସଦଙ୍କୁ ପତ୍ରାଳାପ କରିବା ପାଇଁ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଗଚ୍ଛିତ ପାଣ୍ଠିରୁ ଗୋଟିଏ ପଙ୍ଖା, ତାଲାଚାବି, ପାପୋଛ ଏବଂ ପୋଛା କିଣା ଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଜିର ବୈଠକରେ ସଂପାଦକ ଅନୁପସ୍ଥିତ ଥିବାରୁ ସଦସ୍ଯମାନେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ୨୦ରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରମେଶ ଚନ୍ଦ୍ର ସାହୁ,
ଅରୁଣ କୁମାର ଦାସ, ଦାମୋଦର ଦାସ, ପୂର୍ଣ୍ଣଚନ୍ଦ୍ର ସିଂହସାମନ୍ତ, ହୃଷିକେଶ ସାହୁ, କିଶୋର ଚନ୍ଦ୍ରସାହୁ, ଗନ୍ଧର୍ବ ବେହେରା, ବିକ୍ରମ କୁମାର ସିଂହସାମନ୍ତ, ଅନ୍ତର୍ଯ୍ୟାମୀ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ଶଙ୍କର ବେହେରା, ଭଗବାନ ମହାପାତ୍ର, ବାବାଜୀ ସାସମଲ, ମୁରଲୀଧର ପରିଡ଼ା, ଗୋବର୍ଦ୍ଧନ ସାହୁ, ଉଚ୍ଛବ ବେହେରା, ଶ୍ରୀପତି ମହାପାତ୍ର, ଖଗେଶ୍ବର ସାହୁ, ଲମ୍ବୋଦର ସାହୁ, ଗୋପୀନାଥ ମହାପାତ୍ର, ଈଶ୍ବର ପରିଡ଼ା, ଦୁର୍ଯ୍ୟୋଧନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply