ଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

0

ତାଳଚେର : କାଳ ବୈଶାଖୀ ପ୍ରଭାବରେ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାରେ ବଡ଼ ଅଘଟଣ ଘଟିଛି। ପ୍ରବଳ ବର୍ଷା ପବନ ଯୋଗୁ ଏଠାରେ ଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ପଡ଼ିଛି।
ଆଜି ଅପରାହ୍ନ ଦୁଇଟା ବେଳେ ହଠାତ୍ ପ୍ରଚଣ୍ଡ ବେଗରେ ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଆରମ୍ଭ ହୋଇଥିଲା। ପବନର ପ୍ରକୋପରେ ଗ୍ରାମରେ ପୂଜା ପାଉଥିବା ୧୬ଟି ପୂଜାମଣ୍ଡପ ମଧ୍ୟରୁ ୫ଟି ପୂଜା ମଣ୍ଡପର ଲାଇଟ ଗେଟ ଖସି ପଡ଼ିଛି। ରାସ୍ତା ଉପରେ ଗେଟ୍ ଗୁଡିକ ଖସି ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା। ଫଳରେ କଳମଛୁଇଁ ଗ୍ରାମ ମଧ୍ୟ ଦେଇ ଯାତାୟାତ କରିବା ସମ୍ଭବ ହୋଇପାରି ନଥିଲା।
ଏଥିସହ ବାଉଁଶଗାଡ଼ିଆ ସାହି ଲକ୍ଷ୍ମୀପୂଜା ମେଢ଼ ନିକଟରେ ନିର୍ମାଣ କରାଯାଇଥିବା ଚନ୍ଦ୍ରାଯାନ-୩ ମଡେଲଟି ମଧ୍ୟ କାଳବୈଶାଖୀ ପ୍ରଭାବରେ ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ଲାଇଟ ଗେଟଗୁଡିକ ଭାଙ୍ଗି ଯାଇଥିବାରୁ ଆୟୋଜକ ପୂଜା କମିଟି ସଦସ୍ୟଙ୍କ ମନରେ ନିରାଶା ଭାବ ଖେଳିଯାଇଛି। ବର୍ଷା ଛାଡ଼ିଲା ପରେ ଭାଙ୍ଗି ଯାଇଥିବା ଗେଟକୁ ହଟାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!