ତାଳଚେର: ଖଣି ବନ୍ଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ତାଳଚେର ଖଣି କ୍ଷେତ୍ରରେ ତାଳଚେର ସୁରକ୍ଷା ମଞ୍ଚ ଦ୍ଵାରା ଉଠାଯାଇଥିବା ସମସ୍ୟାର ସମାଧାନ ପାଇଁ ଏହି ବୈଠକ ବସିଥିଲା। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏମସିଏଲ ମ୍ୟାନେଜମେଣ୍ଟ ଏବଂ ଅନ୍ୟାନ୍ୟ ହିତାଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଏ ଅବସରରେ ତାଳଚେର ସୁରକ୍ଷା ମଞ୍ଚର ୨୦ଟି ଦାବି ଉପରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଦୀର୍ଘ ଦିନ ଧରି ଚାଲି ଆସିଥିବା ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିବାରୁ ଏମସିଏଲ ପକ୍ଷରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ତାଳଚେର ସୁରକ୍ଷା ମଞ୍ଚର ୨୦ଟି ଦାବି ଉପରେ ଆଲୋଚନା କଲେ ଉପଜିଲ୍ଲାପାଳ, ଉପସ୍ଥିତ ଥିଲେ ସାଂସଦଙ୍କ ପ୍ରତିନିଧି
- Post published:July 21, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
