ସାଇକେଲ ସହ ଟାଟାଏସି ଧକ୍କା, ୩ ଆହତ ଜଣେ ଗୁରୁତର

You are currently viewing ସାଇକେଲ ସହ ଟାଟାଏସି  ଧକ୍କା, ୩ ଆହତ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ନିକଟରେ ଆଜି ସାଇକେଲ ସହ ଟାଟାଏସି ଧକ୍କା ହୋଇଛି।

ସୂଚନା ଯେ, ନୂଆହତା ଗ୍ରାମର ଚାରି ଜଣ ବ୍ୟକ୍ତି ଦୈନିକ କାମ ସାରି ସନ୍ଧ୍ୟାରେ ଚାରଟି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ନୂଆହତ ଛକ ନିକଟରେ ଏକ ପାଣି ବୋଝେଇ ଟାଟାଏସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଚାରି ଜଣ ଯାକ ଛିଟିକି ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଟାଟାଏସିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Share

Leave a Reply