ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷ ଦଳରୁ ନିଲମ୍ବିତ

You are currently viewing ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷ ଦଳରୁ  ନିଲମ୍ବିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବିତ କରିଥିବା ନେଇ ସୂଚନା ଦିଆଯାଇଛି। ବିଜେଡି ସାଧାରଣ ସଂପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ତରଫରୁ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଚଳିତ ପଞ୍ଚାୟତ ନିର୍ବାଚନରେ ଅଶୋକ ବ୍ଲକ୍ ର ଅନେକ ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କ ବିରୋଧରେ ନିଜସ୍ଵ ପ୍ରାର୍ଥୀ ଦେଇଥିଲେ। ଏପିରିକି ନିଜ ପତ୍ନୀଙ୍କୁ ମଧ୍ୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଛିଡ଼ା କରି ଖୋଲାଖୋଲି ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଏଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଆଲୋଚନା ହେଉଛି ।

Share

Leave a Reply