ଭଡ଼ା ବୃଦ୍ଧି ଦାବି: କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ

You are currently viewing ଭଡ଼ା ବୃଦ୍ଧି ଦାବି: କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଭଡ଼ା ବୃଦ୍ଧି ନେଇ କୋଇଲା ଟ୍ରକ ମାଲିକ ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଫଳରେ କୋଇଲା ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଲିଥିବା ଏହି ଆନ୍ଦୋଳନ ଫଳରେ ଟ୍ରକ ଚଳାଚଳ ନ ହେବା ଯୋଗୁ କଳ କାରଖାନାରେ ମଧ୍ୟ କୋଇଲା ସଙ୍କଟ ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ବିଭିନ୍ନ ଦାବି ନେଇ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ବିଗତ ଦିନରେ ଆନ୍ଦୋଳନ ପରେ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ କଳକାରଖାନା କର୍ତ୍ତୃପକ୍ଷଙ୍କ ସମେତ ତାଳଚେର କୋଇଲା ପରିବହନକାରୀ ସଂଘଙ୍କ ସହିତ ଆଲୋଚନା ପରେ ଗତ ୧୫ ନଭେମ୍ବର ୨୦୨୩ ମସିହାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହି ସମସ୍ୟାର ସମାଧାନ ହୋଇ ସେହି ନିଷ୍ପତ୍ତି ମୁତାବକ ଭଡା ବୃଦ୍ଧି ହୋଇଥିଲା। କିନ୍ତୁ କିଛି ମାସ ଠିକ ଠାକ ଚାଲିବା ପରେ ପୁଣି ସେହି ନିଷ୍ପତ୍ତିରୁ ପରିବହନକାରୀ ସଂସ୍ଥା ଓହରି ଯାଇଥିଲେ। ଫଳରେ ଟ୍ରକ ମାଲିକ ମାନେ ତାଙ୍କର ଆବଶ୍ୟକତାକୁ ମେଣ୍ଟାଇ ନ ପାରି ଆଉ ଟ୍ରକ ଚଳାଇ ପାରିବେ ନାହିଁ ଅନୁଭବ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଟ୍ରକ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆ, କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସମ୍ପାଦକ ରତନ ଶତପଥୀ, କୋଷାଧ୍ୟକ୍ଷ ନଗେସ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୨ ହଜାର ଟ୍ରକ ମାଲିକ ସମସ୍ତ କୋଇଲା ଖଣି ଗୁଡ଼ିକରେ ଅସ୍ଥାୟୀ ତମ୍ବୁ ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Share

Leave a Reply