ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଶାଖା ୟୁଥ ହଷ୍ଟେଲ ଅଫ ଇଣ୍ଡିଆ ପକ୍ଷରୁ ରାଜ୍ୟସ୍ତରୀୟ ଜୈବ ବିବିଧତା ଓ ପର୍ବତାରୋହଣ କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରି ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ଅନୁଗୁଳ ସହରର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନାଲକୋ ଶାଖା ସଭାପତି ଭବାନୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ରାଜ୍ୟ ସମ୍ପାଦକ ପ୍ରହଲ୍ଲାଦ ପଟ୍ଟନାୟକ ଯୋଗଦେଇଥିଲେ।
ଚଳିତ ବର୍ଷ ଟିକରପଡାର ଉଚ୍ଚ ବିଦ୍ୟାଳୟ ପରିସରରେ କ୍ୟାମ୍ପ ହେବା ପାଇଁ ସ୍ଥିର କରାଯାଇଛି। ୧୫ ତାରିଖରେ ଅନୁଗୁଳ ସହରରୁ ଟିମ୍ ଟିକରପଡା ଅଭିମୁଖେ ଯାତ୍ରା କରିବ। ଟିକରପଡା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ୟାମ୍ପରେ ସମସ୍ତେ ରାତ୍ର ରହଣି କରିବେ। ଏହାପରେ ୧୬ ତାରିଖ ସକାଳେ ସେମାନେ ପର୍ବତାରୋହଣ କରିବା ସହ ସାତକୋଶିଆ ବିଷୟରେ ଜାଣିବେ।
ଏହା ପୂର୍ବରୁ ରେକୀ ପାଇଁ ଏକ ଟିମ୍ ଟିକରପଡା ଗସ୍ତ କରି ପାହାଡ଼ ଚଢିବେ ବୋଲି ବୈଠକରେ ଜଣାଯାଇଛି। ବୈଠକରେ ନାଲକୋ ଶାଖା ସମ୍ପାଦକ ଦିଲ୍ଲୀପ କୁମାର ଦାସଙ୍କ ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
ଫେବ୍ରୁଆରି ୧୫ ଓ ୧୬ରେ ୟୁଥ ହଷ୍ଟେଲ ପକ୍ଷରୁ ରାଜ୍ୟସ୍ତରୀୟ ପର୍ବତାରୋହଣ କାର୍ଯ୍ୟକ୍ରମ






