ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍
angulcms.com ଖୋଲାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଲୋକମାନେ ଏଥିରୁ ସେମାନଙ୍କ କୋଭିଡ଼ ପରୀକ୍ଷା ରିପୋର୍ଟ ଡାଉନ୍ଲୋଡ କରିପାରିବେ। ରାପିଡ ଆଣ୍ଟିଜେନ ଓ ଆରଟି ପିସିଆର୍ ପରୀକ୍ଷା ପାଇଁ ନମୁନା ଦେଇଥିବା ଲୋକମାନେ ଏହି ନମୁନା ପହଞ୍ଚିବାର ୪୮ ଘଣ୍ଟା ପରେ ପରୀକ୍ଷାର ଫଳାଫଳ ଓ ରିପୋର୍ଟ ଅନ୍ଲାଇନ୍ରୁ ପାଇପାରିବେ। ସେହିପରି ଜିପିଏସ୍ ବ୍ୟବସ୍ଥା ଥିବା ଆମ୍ବୁଲାମ୍ଳ ସେବା ମଧ୍ୟ ଏହି ମାଧ୍ୟମରେ ଉପଲବ୍ଧ ହୋଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ସେବା ଏଥିରେ ସାମିଲ ହେବ ବୋଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ମାଇଁ ସୂଚନା ଦେଇଛନ୍ତି |
1
f600b249-5c54-442c-a949-d6bc81000fab
Prev Post
Next Post