ବିଦ୍ୟୁତ ବିଭାଗର ଚରମ ଅବହେଳା: ଭୁଲ ବିଦ୍ୟୁତ୍ ସଂଯୋଗୀକରଣ ଯୋଗୁଁ ପୋଡ଼ିଗଲା ରେମୁଁଆବାସୀଙ୍କ ଇଲେକ୍ଟ୍ରିକ ସାମଗ୍ରୀ, ପୂରା ୱାର୍ଡ ଅନ୍ଧାରରେ

You are currently viewing ବିଦ୍ୟୁତ ବିଭାଗର ଚରମ ଅବହେଳା: ଭୁଲ ବିଦ୍ୟୁତ୍ ସଂଯୋଗୀକରଣ ଯୋଗୁଁ ପୋଡ଼ିଗଲା ରେମୁଁଆବାସୀଙ୍କ ଇଲେକ୍ଟ୍ରିକ ସାମଗ୍ରୀ, ପୂରା ୱାର୍ଡ ଅନ୍ଧାରରେ

ଅନୁଗୁଳ: ବିନା ସୂଚନାରେ ପ୍ରଥମେ ଇଲେକ୍ଟ୍ରିକ କାଟିଲେ ଆଉ ତା’ ପରେ ହଠାତ୍ ଲାଇଟ ଦେଲେ। ଫଳରେ ଲୋକଙ୍କ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ଯାଇଛି। ତାଳଚେର ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ୱାର୍ଡ଼ବାସୀଙ୍କୁ କୌଣସି ସୂଚନା ପ୍ରଦାନ ନକରି ହାଟତୋଟା ସ୍ଥିତ ଟାଟା ବିଦ୍ୟୁତ୍ ବିଭାଗ ପକ୍ଷରୁ ରବିବାର ତାଳଚେର ପୌରପରିଷଦର ୧୨ନମ୍ବର ୱାର୍ଡ଼ ରେମୁଁଆ ଠାରେ ପୁରୁଣା ତାରକୁ ବଦଳି କରାଯାଇ କେବୁଲ ତାର ମାଧ୍ୟମରେ ବିଦ୍ୟୁତ୍ ସଂଯୋଗୀକରଣ କରାଯାଉଥିଲା। ଏଥିପାଇଁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି କେବୁଲ ବିଛାଇ କାର୍ଯ୍ୟ କରାଯାଉଥିଲା। ମାତ୍ର କାର୍ଯ୍ୟାଳୟ ପକ୍ଷରୁ ଅପରାହ୍ନରେ କରେଣ୍ଟ ଦେବା ପରେ ୱାର୍ଡ଼ବାସୀଙ୍କର କାହାର ଟିଭି, କାହାର ମଟର୍‌, କାହାର ଫ୍ୟାନ ଇତ୍ୟାଦି ପୋଡ଼ି ଯାଇଥିଲା।

ଏ ନେଇ ସେମାନେ ବିଦ୍ୟୁତ୍ ବିଭାଗକୁ ଜଣାଇବା ପରେ ୩ଟି ବୋଲେରୋରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉତ୍ୟକ୍ତ ଲୋକେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଦେଇଥିଲେ। ଫଳରେ ସ୍ଥାନୀୟ ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍ ପହଞ୍ଚି ୱାର୍ଡ଼ବାସୀଙ୍କୁ ବୁଝାସୁଝା କରିବା ପରେ ସେମାନେ କର୍ମଚାରୀଙ୍କୁ ଛାଡ଼ିଥିଲେ। ପୋଡ଼ି ଯାଇଥିବା ସମସ୍ତ ସାମଗ୍ରୀ ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ଦେବାକୁ ଅଡ଼ିବସିଥିବା ଜଣାଯାଇଛି।

Share

Leave a Reply