୩-୪ ଦିନ ହେବ ବିଲରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ

0

ଅନୁଗୁଳ: ସ୍ଥାନୀୟ ଫପଣ୍ଡ ଗ୍ରାମ ନିକଟ ବିଲ ମଧ୍ୟରେ ଫସି ରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନିକଟସ୍ଥ ଫପଣ୍ଡ ଗ୍ରାମରେ ଆଜକୁ ୩-୪ ଦିନ ହେବ ଜଣେ ୮୦ ବର୍ଷର ବୃଦ୍ଧା ମହିଳା ଖାଦ୍ୟ ସନ୍ଧାନରେ ଯାଇ ବିଲ ଭିତରେ ଫସି ଯାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ଆଜି ଜାଣିବା ପରେ ପାଳଲହଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୃଦ୍ଧାକୁ ଉଦ୍ଧାର କରି ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି। ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!