ଖୁବଶୀଘ୍ର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ ମିଳିବ କ୍ଷୀର

You are currently viewing ଖୁବଶୀଘ୍ର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ ମିଳିବ କ୍ଷୀର

ଭୁବନେଶ୍ୱର : ରାଜ୍ୟ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ସ୍କୁଲ ପିଲାମାନଙ୍କୁ ଅଧିକ ପୋଷଣ ଯୋଗାଇଦେବା ଏହାର ଲକ୍ଷ୍ୟ। ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ। ଛାତ୍ରଛାତ୍ରୀଙ୍କୁ ୨୦୦ ମିଲି ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ। ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା ଗତକାଲି କରାଯାଇଛି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଅର୍ଥନୈତିକ ବିକାଶ ଅର୍ଥନିତିକକୁ ସୁଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଓଡିଶାରେ ବିକାଶ ହେବ ଗ୍ରାମାଞ୍ଚଳର ବିକାଶ ହେବ। ଗିଫ୍ଟ କ୍ଷୀର ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ପିଲାଙ୍କୁ ୨୦୦ ଗ୍ରାମର କ୍ଷୀର ଦେବାର କାଲି ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ପିଲା ମାନଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି।

Share

Leave a Reply