ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍କୋ ଥାନା କୁଲାଡ଼ ବ୍ରାହ୍ମଣୀଦେଈ ମନ୍ଦିର ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଟାଟା ଭୂଷଣ କାରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଜଣେ ରୋଗୀ ଆମ୍ବୁଲାନ୍ସର କାଚ ଭାଙ୍ଗି ଗାଡ଼ିରୁ ଖସି ପଳାଇ ଯାଇଛନ୍ତି । ଗାଡ଼ି ଚାଳକ ଓ କର୍ମଚାରୀ ତାଙ୍କୁ ଗୋଡ଼ାଇ ନିରାଶ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ବ୍ୟକ୍ତି ଟାଟା ବିଏସ୍ଏଲ୍ ପରିସରରେ ମାତାଲ ଅବସ୍ଥାରେ ପାଟିତୁଣ୍ଡ କରୁଥିବା ବେଳେ ପଡ଼ିଯାଇଥିଲେ। ଆହତ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଉଠାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିଲା। ହେଲେ ବାଟରେ ସଂପୃକ୍ତ ନିଶାସକ୍ତ ଯୁବକ ଆମ୍ବୁଲାନ୍ସ କାଚ ଭାଙ୍ଗି ଦେଇଥିଲା। ଚାଳକ ତାଙ୍କୁ ବାରଣ କରିବା ସହ ଗାଡ଼ି ରଖି ବୁଝାସୁଝା ଉଦ୍ୟମ କରିବାକୁ କୁଲାଡ଼ ନିକଟରେ ଗାଡ଼ି ଅଟକାଇଥିଲେ। ହେଲେ ଗାଡ଼ି ଅଟକିବା କ୍ଷଣି ଡୋର୍ ଖୋଲି ଯୁବକ ଜଣକ ଦୌଡ଼ି ପଳାଇ ଯାଇଥିଲେ ।
ଆମ୍ବୁଲାନ୍ସରୁ କାଚ ଭାଙ୍ଗି ଆହତ ଯୁବକ ଛୁ’
- Post published:July 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
