ଅନୁଗୁଳ: ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସୋମବାର ଏକ ୧୫ବର୍ଷର ନାବାଳିକାକୁ ବିବାହ ପାଇଁ ପରିବାର ଲୋକ ନିର୍ବନ୍ଧ କରୁଥିଲେ । ସେଠାରେ ନିର୍ବନ୍ଧ ପାଇଁ ବାହାଘର ଭଳି କାର୍ଯ୍ୟ ଚାଲୁଥିବାବେଳେ ନାବାଳିକାର ବିବାହ ହେଉଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଉତ୍ସବକୁ ବନ୍ଦ କରିଥିଲେ। ନାବାଳିକାକୁ ତାଙ୍କ ପରିବାର ଲୋକ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରେ ବିବାହ ଦେବା ପାଇଁ ସ୍ଥିର କରିଥିଲେ । ଏସବୁ କାମ ଲୁଚାଛପାରେ ହୋଇଥିବାବେଳେ ସୋମବାର ବିବାହ ପାଇଁ ନିର୍ବନ୍ଧ ହେଉଥିଲା। ଘରେ ଟେଣ୍ଟ ବନ୍ଧା ହୋଇ ଭୋଜି ଭାତ ରୋଷେଇ ଚାଲିଥିଲା। ଖବର ପାଇ ଛେଣ୍ଡିପଦା ସମନ୍ବିତ ଶିଶୁ ବିଭାଗର ସୁପରଭାଇଜର ସୁଷମା ପ୍ରଧାନ, ଅଙ୍ଗନବାଡି କର୍ମୀଙ୍କ ସହ ନାବାଳିକାର ଘରେ ପହଞ୍ଚି ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରିବାକୁ ବନ୍ଦ କରିଥିଲେ। ଏହା ସହିତ ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରିବେନି ବୋଲି ପରିବାର ପକ୍ଷରୁ ଲିଖିତ ଚୁକ୍ତିନାମା କରିବା ପରେ ଅଧିକାରୀ ମାନେ ସେଠାରୁ ଫେରି ଆସିଥିଲେ।
ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ
- Post published:February 22, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
