ଅନୁଗୁଳ: ଏମସିଏଲ ପକ୍ଷରୁ ତାଳଚେରରେ ନିର୍ମିତ ପବିତ୍ର ମୋହନ ପ୍ରଧାନ ମେଡିକାଲ ହେବ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତାର।
ତାଳଚେର ପବିତ୍ର ମୋହନ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ କଲେଜରେ ସୁପରସ୍ପେଶାଲିଷ୍ଟ ସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି।
ଏନେଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମିଟି ଧାରଣା ଦେଇଥିଲା। ଏହି ଧାରଣାସ୍ଥଳକୁ ଜିଲ୍ଲାପାଳ ଆସି କହିଥିଲେ ଯେ ପବିତ୍ର ମୋହନ ମେଡ଼ିକାଲର କିଛି ମରାମତି କାର୍ଯ୍ୟ ବାକି ରହିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ପ୍ରାଥମିକ ଭାବେ କିଛି ବିଭାଗକୁ ନେଇ ସେଠାରେ ସୁପର ସ୍ପେଶାଲିଷ୍ଟ ଡାକ୍ତରୀ ସେବା ଆରମ୍ଭ ହେବ। ପର୍ଯ୍ୟାୟ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସମସ୍ତ ସୁପରସ୍ପେଶାଲିଷ୍ଟ ଡାକ୍ତରୀ ସେବା ଗୁଡିକ ତାଳଚେର ସ୍ଥିତ ପବିତ୍ର ମୋହନ ମେଡ଼ିକାଲରେ ହିଁ ଚାଲୁ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।


