ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଉପରେ ଥିବା ଏକ ଛାତ ରବିବାର ଅପରାହ୍ନରେ ଭୁଷୁଡ଼ି ପଡ଼ିଛି। ଜନଗହଳି ପୂର୍ଣ୍ଣ ଏହି ଫାଟକ ଦେଇ ସେତେବେଳେ କୌଣସି ରୋଗୀ କି’ ସମ୍ପର୍କୀୟ ଯାତାୟାତ କରୁନଥିଲେ। ଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଜନସାଧାରଣ। ସୂଚନା ମୁତାବକ, ପ୍ରାୟ ଚାଳିଶ ବର୍ଷ ତଳେ ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ସେତେବେଳର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଂଜୀବନି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଯାହାକୁ ସେତେବେଳେ କେତେକ ବୁଦ୍ଧିଜୀବୀ ବିରୋଧ କରିଥିଲେ। ତେବେ କାହାର କଥାକୁ ନ ଶୁଣି ପରିଷଦ ତରଫରୁ ଏହି ନିର୍ମାଣ କରାଯାଇଥିଲା। ପରବର୍ତ୍ତି ସମୟରେ ତାହାର ମରାମତି କରାଗଲା ନାହିଁକି ତା ଉପରେ ଥିବା ଦୋକାନଘର ବେଆଇନଭାବେ ସମ୍ପ୍ରସାରିତ ହେଲା। ଫଳରେ ଦୀର୍ଘ ଦିନ ଧରି ମରାମତି ନହେବା ଓ ଏଥିପ୍ରତି କେହି ଗୁରୁତ୍ବ ନଦେବାରୁ ଏଭଳି ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଚିକିତ୍ସାଳୟର ମୁଖ୍ୟ ଫାଟକକୁ ବର୍ତ୍ତମାନ ସ୍ବାସ୍ଥ୍ୟ ପ୍ରଶାସନ ବନ୍ଦ କରିଦେଇଛି।
ଅନୁଗୁଳ ଡ଼ାକ୍ତରଖାନା ମୁଖ୍ୟ ଫାଟକ ଛାତ ଭୁଷୂଡ଼ିଲା
- Post published:May 15, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
