ଅନୁଗୁଳ: ଆଜି ସକାଳୁ ଅନୁଗୁଳ ପୌରପାଳିକା ଆରମ୍ଭ କରିଥିଲା ଯାଯାବର ହଟାଅ ଅଭିଯାନ। ଅମଲା ପଡ଼ା, ହେମସୁରପଡ଼ା,ସିଭିଲ କୋର୍ଟ ସାମନାରେ ରହି ଆସୁଥିବା ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଯାଯାବର ସମ୍ପ୍ରଦାୟର ଲୋକଙ୍କୁ ଅନୁଗୁଳ ପୌରପାଳିକା ଆଜି ସୀମାପାର କରିଥିଲା। ଯେଉଁମାନେ ଚାଲି ଯାଇନଥିଲେ ସେମାନଙ୍କୁ ଅଟୋରେ ବସାଇ ଅନୁଗୁଳ ଷ୍ଟେସନ ପର୍ଯ୍ୟନ୍ତ ବିଦା କରାଯିବା ସହ ସହର ଭିତରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଯାଯାବର ଲୋକମାନେ ସହର ଭିତରେ ରହି ବିଭିନ୍ନ ପ୍ରକାର ନିଶା ସେବନ କରିବା ସହ ଚୋରି, ଛିନ୍ତାଇରେ ଲିପ୍ତ ରହୁଥିଲେ। ହେମସୁରପଡା ଭେଣ୍ଡିଂ ଜୋନକୁ କବଜା କରିବା ସହ ଚାରିପଟକୁ ଅସନା କରୁଥିଲେ। ଏଥିନେଇ ସହରର ବୁଦ୍ଧିଜୀବୀ ମାନେ ଦୀର୍ଘ ଦିନ ହେବ ଉଦବେଗ ପ୍ରକାଶ କରି ଆସୁଥିଲେ।