ଟିକରପଡା ବନ୍ୟାଞ୍ଚଳ ବୁଲି ଦେଖିଲେ ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡା ବନ୍ୟାଞ୍ଚଳର ପରିସ୍ଥିତିକୁ ତଦାରଖ କରିବା ପାଇଁ ସୋମବାର ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନଙ୍କସହ ଜିଲ୍ଲା ପରିଷଦ ସଭୀନେତ୍ରୀ ବବିତା ପ୍ରଧାନ, ଯୁବ ବିଜେଡି ସଭାପତି ଦିନେଶ୍ ପ୍ରଧାନ, ଜଙ୍ଗଲ ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ ସଭ୍ୟା ସାମିଲ ହୋଇଥିଲେ। ଟିକରପଡା ଅଞ୍ଚଳରେ ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୭ଶହ ପରିବାରର ସଦସ୍ୟଙ୍କୁ ସାନ୍ତ୍ବନା ଦେବାସହ ବନ୍ୟାର ସ୍ଥାୟୀ ପ୍ରତିକାର ନେଇ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। କରଡାପଡା ଠାରେ ଏକ ପୋଲ ନିର୍ମାଣ ନେଇ ଅନୁଧ୍ୟାନ କରାଯାଇଥିଲା। ରାମିମୁଣ୍ଡାଠାରୁ ମଝିପଡା ରାସ୍ତାରେ ପ୍ରାୟ ୩ କିଲୋମିଟର ରାସ୍ତା ଉଚ୍ଚତା ବୃଦ୍ଧି ନେଇ ଆଲୋଚନା କରାଯାଇଥିଲା। ରାସ୍ତାର ଉଚ୍ଚତା ବୃଦ୍ଧି ଓ ପୋଲ ନିର୍ମାଣ ହେଲେ ରାମିମୁଣ୍ଡା, ଗଇଁନ୍ଦି, ବେହେରାସାହି ଓ ମଝିପଡା ଗ୍ରାମବାସୀ ବନ୍ୟାଦ୍ବାରା ଆଉ ବିଚ୍ଛିନ୍ନ ହେବେ ନାହିଁ।

ଗ୍ରାମବାସୀ ସବୁ ଦିନିଆ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ସୁବିଧା ପାଇବେ ଏବଂ ଲୋକ ମାନଙ୍କର ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଉନ୍ନତି ଆସିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଶ୍ରୀ ପ୍ରଧାନ ମଝିକା, ବେହେରାସାହି, ଗଇଁନ୍ଦି, କରଡାପଡା ଓ ଟିକରପଡାର ୩ଟି ୱାର୍ଡର ଥିବା ବନ୍ୟାପ୍ଲାବିତ ଲୋକମାନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ସମସ୍ତ ପୂର୍ତ୍ତ ବିଭାଗ ରାସ୍ତାର ଉଚ୍ଚତା ଓ ପୋଲ ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ନେଇ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଘାଟସାହିର ପ୍ରାୟ ଏକଶହ ପରିବାର ସ୍ଥାନାନ୍ତର ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ସହିତ କଥାବାର୍ତ୍ତା ହେବା ପାଇଁ ପ୍ରତିଶୁତି ଦେଇଥିଲେ। ପରେ ଟିକରପଡାର ୩୨୦ ପରିବାରକୁ ଲୁଙ୍ଗି ଓ ତଉଲିଆ ପ୍ରଦାନ କରାଯାଇଥିଲା। ମଝିପଡା, ବେହେରାସାହି, ଗଇଁନ୍ଦି ଓ କରଡାପଡା ଗ୍ରାମବାସୀଙ୍କୁ ସମୂହ ଭାବେ ପାଲ ଏବଂ ହାତୀ ଘଉଡାଇବା ଟର୍ଚ୍ଚ ଲାଇଟ୍ ପ୍ରଦାନ କରାଯାଇଥିଲା।

ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା କାଜଲ ପଟ୍ଟନାୟକ, ମାଟିଆସାହି ସରପଞ୍ଚ ସତ୍ୟବ୍ରତ ବେହେରା, ମାଣିକିଯୋଡି ସରପଞ୍ଚ ସୁରେଶ ପ୍ରଧାନ, ପୁରୁଣାକୋଟ୍ ସରପଞ୍ଚ ମଳୟ ବିଶୋଇ, ଟିକରପଡା ସରପଞ୍ଚ ଜୁଲୁ ସାହୁ, ସମିତିସଭ୍ୟା ଚାରୁଲତା ଦେହୁରୀ, କୋଠଭୂଇଁ ସମିତିସଭ୍ୟ ସନ୍ତୋଷ ପ୍ରଧାନ ପୂର୍ବତନ ସମିତିସଭ୍ୟ ରମାକାନ୍ତ ସାହୁ, ପୁର୍ବତନ ସରପଞ୍ଚ ବିନୟ ସାହୁ ସମେତ ତ୍ରିଲୋଚନ ସାହୁ, ସୁଶୀଲ୍ କୁମାର ପ୍ରଧାନ, ଗଦାଧର ମହାରଥୀ, ଦେବରାଜ ସାହୁ, ନିରଂଜନ ପଟ୍ଟନାୟକ, ପ୍ରଫୁଲ ସାହୁ ପ୍ରମୂଖ ସାମିଲ ହୋଇଥିଲେ।

Leave A Reply

Your email address will not be published.

error: Content is protected !!