ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମଇମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ୭ ଦିନ ହେଲାଣି ପୋଡ଼ି ଯାଇଛି। କିନ୍ତୁ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ବସ୍ତିରେ ରହୁଥିବା ୧୫ ପରିବାର ସପ୍ତାହେ ହେଲାଣି ଅନ୍ଧାରରେ ଅଛନ୍ତି।
ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଏ ନେଇ ସାହିର କମାର ନାୟକ, ସବିତା ଦେହୁରୀ, ଲକ୍ଷ୍ମୀ ଦେହୁରୀ, ପ୍ରତିମା ନାୟକ, ସୁକୁମାରୀ ପ୍ରଧାନ, କଳସୀ ନାୟକ ପ୍ରମୁଖ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ନୂଆ ଟ୍ରାନ୍ସଫର୍ମର ଲଗାଯାଇନାହିଁ।
ଏ ନେଇ ବଇଣ୍ଡା ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ଖିଲାରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଲଗାଣ ବର୍ଷା ଯୋଗୁଁ ପୁରୁଣା ଟ୍ରାନ୍ସଫର୍ମର ଖୋଲିବାରେ ଅସୁବିଧା ହେଉଛି, ଟିକେ ପାଗରେ ସୁଧାର ଆସିଲେ ଆମେ ନୂଆ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରିବୁ ବୋଲି କହିଛନ୍ତି।