CADLAB

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ପିଚୁ ବୋଝେଇ ଟ୍ରକ୍

0

ଅନୁଗୁଳ: ଏକ ବଡ଼ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛି ଏକ ପିଚୁ ବୋଝେଇ ଟ୍ରକ୍ । ଟ୍ୟାଙ୍କରରୁ ଧୂଆଁ ବାହାରିବା ସହ ପିଚୁ ଝରିବା ଦେଖି ଟ୍ରକ୍ ଚାଳକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ସ୍ଥିତି ଆୟତ୍ତକୁ ଆସିଛି । ସୂଚନା ମୁତାବକ, ସୋମବାର ଭୋରରୁ ସମ୍ବଲପୁରରୁ ଏକ ଏକ ପିଚୁ ବୋଝେଇ ଟ୍ରକ୍ ନାଲକୋ ଅଭିମୁଖେ ଆସୁଥିଲା । ତେବେ ବଡ଼କେରାଠାରେ ହଠାତ୍ ପିଚୁ ବ୍ୟାଙ୍କରରୁ ଧୂଆଁ ବାହାରିଥିଲା । ଏମିତିକି ରାସ୍ତାରେ ମଧ୍ୟ ପିଚୁ ଝରି ପଡ଼ିଥିଲା । ପିଚୁ ଝରି ଟ୍ରକ୍ ଚକାରେ ପଡ଼ିବା ସହ ତାହା ପଙ୍କଚର ହୋଇଥିଲା । ଆରଟିଓ ଅଫିସ୍ ସମ୍ମୁଖରେ ସ୍ଥିତି ଗମ୍ଭୀର ହେବାରୁ ଟ୍ରକ୍ ଚାଳକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଟ୍ୟାଙ୍କରକୁ ପାଣି ଛିଞ୍ଚି ଥଣ୍ଡା କରିଥିଲା । ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବ ଟ୍ୟାଙ୍କରକୁ ଥଣ୍ଡା କରିବା ପରେ ଏକ ବଡ଼ ଅଘଟଣ ଟଳିଥିଲା ।

Leave A Reply

Your email address will not be published.