ସରକାରୀ ଗାଡିରୁ ଚକା ନେଇଗଲେ

You are currently viewing ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ଔଷଧ ଗୋଦାମ ପଛ ପଟେ ପରିବାର କଲ୍ୟାଣ ବିଭାଗର ଏକ ସୁମୋ ଗାଡି କିଛି ମାସ ଅଚଳ ହୋଇ ପଡ଼ିଥିଲା। ବୁଧବାର ରାତିରେ ଚୋର ଗାଡିର ଆଗ ଚକ ଦୁଇଟି ସହ ଜଗ ଏବଂ ଜଗ ରଡ଼ ନେଇଯାଇଛି। ତେବେ ଚୋର ଦୟା ଦେଖାଇ ଭଲ ଚକା ଦୁଇଟି ନେଇ ପୁରୁଣା ଚକ ଦୁଇଟି ଗାଡ଼ିରେ ଖଞ୍ଜି ଚାଲିଯିବା ବେଶ କୌତୁହଳ ସୃଷ୍ଟି କରିଛି । ଗାଡି ଚାଳକ ସକାଳେ ଚୋରି ବିଷୟ ଜାଣି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

Share

Leave a Reply