ସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

You are currently viewing ସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ଅନୁଗୁଳ: ଅନୁଗୁଳ ବ୍ଲକ ବେନ୍ତପୁରରେ ଥିବା ସ’ ମିଲରେରେ ଗୁରୁବାର ଭୋରରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର ତିନିଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ କିଛି ଜଳିପୋଡ଼ି ଛାରଖାର ହୋଇଯାଇଛି।

ମିଲ ମାଲିକ ସେକ୍ ସଫିକଙ୍କ କହିବା ଅନୁଯାୟୀ, ସ’ ମିଲରେ ପ୍ରାୟ ସତରରୁ ଅଠର ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଥିଲା। ନିଆଁ ଲାଗି ସେସବୁ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ କେହି ଉଦ୍ଦେଶ୍ୟ ମୂଳକ ଭାବେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Share

Leave a Reply