ବିଭିନ୍ନ ଦାବିନେଇ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କଲେ ଠିକା ଶ୍ରମିକ

You are currently viewing ବିଭିନ୍ନ ଦାବିନେଇ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କଲେ ଠିକା ଶ୍ରମିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମସିଲ ଠିକା ପରିବହନ କର୍ମଚାରୀ ସଙ୍ଗଠନ ଦ୍ବାରା ଆହୁତ ଏହି ବିକ୍ଷୋଭ ସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମାକରି ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲେ।

ସେଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଠିକାଦାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଠିକା ଶ୍ରମିକ ମାନଙ୍କ ଦରମା କୋଲ୍ ଇଣ୍ଡିଆ ମାର୍ଗଦର୍ଶିକା ଅନୁସାରେ ପରିବର୍ତ୍ତିତ କରାଯିବା, ପ୍ରତିବର୍ଷ ଏକ୍ସଗ୍ରାସିଆ ଓ ବୋନସ୍ ପ୍ରଦାନ କରିବା, ଏମସିଏଲର ଡ଼ାକ୍ତରଖାନା ଓ ଦାତବ୍ୟ ଚିକିତ୍ସାଳୟରେ ଠିକା ଶ୍ରମିକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରିବା, ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟକରୁଥିବା ଗାର୍ଡ ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଠିକା ସଂସ୍ଥାରେ କାର୍ଯ୍ୟକରୁଥିବା ଠିକା କର୍ମଚାରୀଙ୍କ ମୃତ୍ୟୁ କାଳିନ ଏକ୍ସଗ୍ରସିଆ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧିକରିବା ଓ ଏମସିଏଲର କୋଇଲା ଉତ୍ପାଦନ କ୍ଷେତ୍ରରେ ଠିକା କର୍ମଚାରୀମାନଙ୍କ ଅବଦାନ ଶତକଡ଼ା ୯୫ ଭାଗ ଥିବାରୁ ସେମାନଙ୍କୁ ଏମସିଏଲର ଆଇଆର ପରିସରଭୁକ୍ତ କରିବାକୁ ଦାବି କରାଯାଇଥିଲା।

ଏହି ଦାବି ଗୁଡ଼ିକ ପୁରଣ ନହେଲେ ଆଗାମୀ ଦିନରେ ଏମସିଏଲକୁ ଅଚଳ କରିଦିଆଯିବ ବୋଲି ଶ୍ରମିକ ନେତାମାନେ ଚେତାବନୀ ଦେଇଥିଲେ। ପରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Share

Leave a Reply