ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବିନ୍ଦଲ ସ୍ପଞ୍ଜ ଆଇରନ୍ କାରଖାନା ନିକଟରେ ବୁଧବାର ଅପରାହ୍ନରେ ଗୁଳିକାଣ୍ଡ ଘଟି ଜଣେ ଯୁବକଗୁରୁତର ଆହତ ହୋଇଛନ୍ତି।
ସୂଚନା ଯେ, ସମଲ ନିକଟବର୍ତ୍ତୀ ବିଲିଣ୍ଡ। ଗାଁର ଲିପକ କୁମାରବେହେରା(୨୨)ଙ୍କୁ କମ୍ପାନି ସୁରକ୍ଷା କର୍ମୀ ଗୁଳିମାଡ କରିଥିବା ଲିପକ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସେ ପ୍ଲାଣ୍ଟପାଖରେ ଥିବା ଏକ ପୋଖରୀରେ ମାଛମରା ଦେଖୁଥିବା ବେଳେ ଏଭଳି ଗୁଳି ମାଡ ହୋଇଥିଲା। ଲିପକଙ୍କ ଗୋଡ ଓ ପେଟରେ ଗୁଳି ବାଜିଛି। ତାଙ୍କୁ ଆହତ ଅବସ୍ଥାରେ ଅନୁଗୁଳ ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତରଥିବାରୁ ତାକୁ କଟକ ସ୍ଥାନାନ୍ତରପାଇଁ ପରାମର୍ଶ ଦିଆଯାଇଛି। ଏ ଗୁଳିକାଣ୍ଡ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।