ଘର ଭାଙ୍ଗି ଟଙ୍କା ଓ ସୁନା ଗହଣା ଚୋରି

0

ଅନୁଗୁଳ: ଅନୁଗୁଳ ସହରର ଡିଆଇସି ଛକ ନିକଟରେ ରହୁଥିବା ସନ୍ଧ୍ୟାରାଣୀ ଦାଶଙ୍କ ଘର ଭାଙ୍ଗି ଶୁକ୍ରବାର ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଯେ, ସନ୍ଧ୍ୟାରାଣୀ ଶୁକ୍ରବାର ବାଣପୁର ଭଗବତୀ ପୀଠକୁ ଯାଇଥିଲେ। ସେଠାରୁ ଫେରି ଶନିବାର ଦେଖିଲା ବେଳକୁ ଘର ଓ ଆଲମାରି ଭାଙ୍ଗି ବହୁ ପରିମାଣର ସୁନା ଗହଣା ଓ ପ୍ରାୟ ୬୦ ହଜାର ଟଙ୍କା ଚୋରି ହୋଇଯାଇଛି। ଏ ନେଇ ସନ୍ଧ୍ୟାରାଣୀ ଶନିବାର ଅପରାହ୍ନରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୨୭୨/୨୨ରେ ଦଫା ୪୫୭ ଓ ୩୮୦ ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.

error: Content is protected !!