ଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

You are currently viewing ଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ତାଳଚେର: ରବିବାର ବିଳମ୍ବିତ ରାତିରେ ତାଳଚେର ବ୍ଲକ୍ ଧରମପୁର ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ତାଳଚେର ସଦର ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଆରୋଗ୍ୟ କେନ୍ଦ୍ରରୁ ଇନଭର୍ଟର ମେସିନ, ବ୍ୟାଟେରୀ, ସିସି କ୍ୟାମେରା ମେସିନ, ହାର୍ଡ ଡିସ୍କ, ଅକ୍ସିଜେନ ସିଲିଣ୍ଡର ଏବଂ ବିଭିନ୍ନ ଉପକରଣ ଚୋରି ହୋଇଛି। କିଛି ଦିନ ପୂର୍ବରୁ ଆରୋଗ୍ୟ କେନ୍ଦ୍ରରୁ ଗ୍ରୀଲ ଚୋରି ହୋଇଥିବା ବେଳେ ଅଞ୍ଚଳରେ ବିଭିନ୍ନ ଜାଗାରୁ ଚୋରି ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସଦର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛି। ପୂର୍ବରୁ ଗ୍ରାମାଞ୍ଚଳକୁ ଦୈନିକ ପାଣି ଯୋଗାଣ କରୁଥିବା ପାଇପ୍ ମଧ୍ଯ ଚୋରି ହୋଇଥିବା ବେଳେ ଏବେ ଆରୋଗ୍ୟ କେନ୍ଦ୍ରରୁ ଚୋରି ହୋଇଛି। ବାରମ୍ବାର ଏହି ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ଅଞ୍ଚଳବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି।

Share

Leave a Reply