ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଳଚେର ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରର ତାଲା ଭାଙ୍ଗି ଭିତରେ ଥିବା ବିଭିନ୍ନ ସୁନା ରୂପା ଅଳଙ୍କାର ସହ ମା’ଙ୍କ ନୟନ, ଥାଳି, ଘଣ୍ଟ, ଘଣ୍ଟି ସହିତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ। ମଙ୍ଗବାର ସକାଳେ ସ୍ଥାନୀୟ ଲୋକଙ୍କ ସହିତ ବଜାର କମିଟିର ସଦସ୍ୟମାନେ ଦେଖିଥିଲେ ଯେ, ମନ୍ଦିରର ତାଲା ଭଙ୍ଗା ହୋଇଛି ଏବଂ ମନ୍ଦିରରୁ ସମସ୍ତ ଜିନିଷପତ୍ର ସହିତ ଅଳଙ୍କାର ଚୋରି ହୋଇଯାଇଛି। ଏହା ଦେଖି ସେମାନେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସହର ବିଭିନ୍ନ ସିସିଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି।
ତାରିଣୀ ମନ୍ଦିରରୁ ଚୋରି
- Post published:December 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
