ଅନୁଗୁଳ: ଦୁର୍ବୃତ୍ତଙ୍କ ଟାର୍ଗେଟ୍ରେ ଏବେ ସ୍କୁଲ । ନିୟମିତ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି। କିଛି ଦିନ ତଳେ ଅନୁଗୁଳ ବ୍ଲକ୍ର ବଲାସିଂହା ଓ ମାଟିଆସାହି ସ୍କୁଲରୁ ଚୋରି ହୋଇଥିଲା। ଏହି ଦୁଇ ଚୋରି ମନରୁ ନଲିଭୁଣୁ ପାଳଲହଡ଼ା ଥାନା ଇଲାକା ପରାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଛି। ଦୁର୍ବୃତ୍ତ ଶ୍ରେଣୀଗୃହର ଝରକା ତାଡି ସୋଲାର ଲାଇଟ୍ ଓ ଇନଭର୍ଟର ଲୁଟି ନେଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିବା ପରେ ବୁଧବାର ଥାନାରେ ଏତଲା ଦେଇଛନ୍ତି । ପାଳଲହଡ଼ା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପରାମୁଣ୍ଡା ସ୍କୁଲରୁ ଚୋରି
- Post published:July 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
