ଖୁସି ଖବର ! ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ ବାଘ, ଗତବର୍ଷ ତୁଳନାରେ ବଢ଼ିଛି ସଂଖ୍ୟା

0

ଭୁବନେଶ୍ବର: ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢିଛି। ଏ ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ବନ ବିଭାଗ କଲରାପତରିଆ ଗଣନା କରିଥିଲା। ଉକ୍ତ ରିପୋର୍ଟ ମୁତାବକ, ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି। ତେବେ ୨୦୨୨ର ଏନଟିସିଏ ରିପୋର୍ଟ ଅନୁସାରେ, ୫୬୮ କଲରାପତରିଆ ବାଘ ଥିବା ବେଳେ ଏବେ ଏହାର ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି। ୨୦୧୮ରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିବା ବେଳେ ୨୦୨୨ରେ ଏହା ୨୫.୨୬ ପ୍ରତିଶତ ହ୍ରାସ ପାଇଥିଲା।

ପ୍ରକାଶ ଯେ ରାଜ୍ୟରେ ମୁଖ୍ୟତଃ ରାୟଗଡା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି। ତେବେ ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣରେ କଲରାପତରିଆଙ୍କୁ ସୁହାଇଲା ଭଳି ପରିବେଶ ରହିଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!