ଅନୁଗୁଳ: ଜୁନ୍ ୮ରୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ରବିବାର ସୂଚନା ଦେଇଛି । ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆହୁରି ସକ୍ରିୟ ହୋଇଯିବ। ଯାହା ଫଳରେ ଜୁନ୍ ୧୦ ରୁ ଦକ୍ଷିଣ ଏବଂ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ହେତୁ ଜୁନ୍ ୧୦ ରୁ ରାଜ୍ୟରେ ସର୍ବାଧିକ ଦିନର ତାପମାତ୍ରା ୩-୪ ଡିଗ୍ରୀ ହ୍ରାସ ପାଇବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ଅଧକାଂଶ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଜୁନ୍ ୮ରୁ ଅନୁଗୁଳ ଓ ଢେଙ୍କାନାଳ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଜୁନ୍ ୧୦ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
- Post published:June 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul