ପାଣି ପିଇବାର ବି ଅଛି ସଠିକ୍ ସମୟ, ନିହାତି ଜାଣନ୍ତୁ ଜଳପାନ ବିଧି

You are currently viewing ପାଣି ପିଇବାର ବି ଅଛି ସଠିକ୍ ସମୟ, ନିହାତି ଜାଣନ୍ତୁ ଜଳପାନ ବିଧି

ବିନା ଜଳରେ ପ୍ରାଣୀ ଜଗତ ବଞ୍ଚିରହିବା ଅସମ୍ଭବ। ତେଣୁ କୁହାଯାଇଛି ଜଳ ହିଁ ଜୀବନ। ବିଧି ଓ ମାତ୍ରା ପୂର୍ବକ ଜଳପାନ କଲେ, ଶରୀର ନିରୋଗ ରହେ। ତେବେ ଆଜି ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ କେତେବେଳେ ଓ କେତେ ମାତ୍ରାରେ ପାଣି ପିଇବା ଆବଶ୍ୟକ…

ଉଷା କାଳରେ ପାଣି, ଭୋଜନ ପରେ ତକ୍ର (ଘୋଳଦହି), ଏବଂ ସନ୍ଧ୍ୟାରେ ଗୋଦୁଗ୍ଧ ପାନ ପ୍ରଶସ୍ତ ବୋଲି ଆୟୁର୍ବେଦରେ କୁହାଯାଇଛି। ଦିନକୁ ଦେଢ଼ ଲିଟରରୁ ତିନି ଲିଟର ପର୍ଯ୍ୟନ୍ତ ପାଣି ପିଇବା ଆବଶ୍ୟକ। ଖରା ଦିନେ ଏହାର ମାତ୍ରା ବଢ଼ାଇ ପାରିବେ। ସେହିପରି ସକାଳେ ଅଧିକ, ଅପରାହ୍ନରେ କମ୍ ଏବଂ ରାତିରେ କେବଳ ଆବଶ୍ୟକ ସ୍ଥଳେ ପାଣି ପିଇବା ଉଚିତ।
କେବେ ବି ଛିଡ଼ା ହୋଇ ଜଳପାନ କରିବା ଉଚିତ ନୁହେଁ। ଏହା ଦ୍ୱାରା ହାର୍ଣ୍ଣିଆ ଓ ଆଣ୍ଠୁବ୍ୟଥା ପରି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।

ଆୟୁର୍ବେଦରେ କୁହାଯାଇଛି, ଅଜୀର୍ଣ୍ଣ ଅବସ୍ଥାରେ ପାଣି ଔଷଧ ପରି, ଜୀର୍ଣ୍ଣାବସ୍ଥାରେ ଟନିକ୍ ପରି, ଭୋଜନ ମଧ୍ୟରେ ଅଳ୍ପ ପାଣି ଅମୃତ ପରି ଓ ଭୋଜନ ପରେ ଜଳପାନ ବିଷପରି ହୋଇଥାଏ। ତେଣୁ ଭୋଜନର ଏକ ଘଣ୍ଟା ପରେ ପାଣି ପିଇବା ହିତକର ହୋଇଥାଏ।
ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ବି ଶରୀର ପାଇଁ ଅହିତକର ହୋଇଥାଏ। ତେଣୁ ବିଧି ମୁତାବକ ପାଣି ପିଇବାକୁ ବିଶେଷଜ୍ଞ ମତ ଦିଅନ୍ତି।

Share

Leave a Reply