ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

You are currently viewing ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ଭୁବନେଶ୍ଵର : ସୃଷ୍ଟି ହେଲା ଲଘୁଚାପ, ୨୪ରେ ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ ଟାରେ ଲଘୁଚାପ ସୃଷ୍ଟି ହୋଇଛି। ପରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆହୁରି ତୀବ୍ର ହେବ।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ କୌଣସି ବିପଦ ନାହିଁ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ରାଜ୍ୟରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସେ କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ସହ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ମାନଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

Share

Leave a Reply