ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

You are currently viewing ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ସ୍ବାଭାବିକ ରହିଛି ପ୍ରଶ୍ନକାଳ । ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି କି, ରାଜ୍ୟରେ ୫୮ଟି ସବ୍ ଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି । ଏନେଇ କାର୍ଯ୍ୟ ଚାଲିଛି। ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ୍ କୋଲଡ ଷ୍ଟୋରେଜ୍ କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଶୂନ୍ୟକାଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି । କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୩ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ମୁଲତବୀ ନୋଟିସ ଦେଇଛି ।

Share

Leave a Reply