ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ବିଭାଗ ସଦର ରେଞ୍ଜ ପକ୍ଷରୁ ଛେଣ୍ଡିପଦାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୬୭ ଲିଟର ଦେଶୀ ମଦ ଏବଂ ୬୦୦ କେଜି ପୋଚ ଜବତ କରାଯାଇଛି। ବେଆଇନ ମଦ କାରବାରରେ ମୋଟ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମଦ ବେପାରୀ ମାନେ ହେଲେ ବ୍ରାହ୍ମଣବିଲ ଗାଁର ଶିଶିର ପ୍ରଧାନ, ବେଠିଆନଳି ସାହିର ଝିଲି ବେହେରା ଓ ସନ୍ତାରାବନ୍ଧର ରମେଶ ସାହୁ। ସେହିପରି ଗୁରୁବାର ନାଲକୋ,ବଅଁରପାଳ ଅଂଚଳରେ ଚଢ଼ାଉ କରାଯାଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସତଷଠି କେଜି ଦେଶୀ ମଦ ଜବତ କରାଯାଇ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ପାର୍ବଣ ଋତୁ ଆସୁଥିବାରୁ ଏବେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇଯାଇଛନ୍ତି। ଆଉ କିଛି ମଦ ବେପାରୀ ଫେରାର ହୋଇ ଗୁପ୍ତ ସ୍ଥାନରେ ନିଜ ବେପାର ଚାଲୁ ରଖୁଛନ୍ତି।
ମଦ ଓ ପୋଚ ଜବତ ତିନି ଗିରଫ
- Post published:October 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
