ବଅଁରପାଳ: ଜିଲ୍ଲା ବଅଁରପାଳ ପୁଲିସ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନୂଆହତା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂଅର ପାଣିପମ୍ପଟି ଚୋରି ହୋଇଥିଲା। ଏ ନେଇ ସୋମବାର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁଃଶାସନ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ରବିବାର ରାତିରେ ବଅଁରପାଳ ମଦ ଦୋକାନ ସାମ୍ନାରେ ଥିବା ଏକ ଫାଷ୍ଟଫୁଡ ଦୋକାନରୁ ଏକ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଚୁଲ୍ହା ଚୋରି ହୋଇଥିଲା। ଏ ନେଇ ଦୋକାନ ମାଲିକ ଶୈଳେନ ପ୍ରସାଦ ବେହେରା ସୋମବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ୨ଟି ମାମଲା ରୁଜୁକରି ଘଟଣାର ତଦନ୍ତକରି ନୂଆହତା ଗାଁର ବିଜୟ କୁମାର ସିଂହ, ମହେଶ୍ବର ସାମଲ ଓ ଭିଷ୍ମ ଦଳବେହେରାଙ୍କୁ ଗିରଫକରି ସେମାନଙ୍କଠାରୁ ଚୋରି ଜିନିଷ ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ଚୋରି ଅଭିଯୋଗରେ ୩ ଜଣ ଗିରଫ
- Post published:July 5, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
