ଅନୁଗୁଳ: ପାଲଲହଡ଼ା ବ୍ଲକ୍ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ ପାଲଲହଡ଼ାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଔଷଧ ଦୋକାନ ସମେତ ଜରୁରି ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଚାରିଆଡ଼ ଶୂନଶାନ୍ ହୋଇପଡ଼ିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଶାସନସାହି, ରାମାୟଣ ଛକ, ବଜାର ଛକ, ନୂଆ ବସ୍ଷ୍ଟାଣ୍ଡ ଛକରେ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଗାଡ଼ି ଯାଞ୍ଚ କରାଯାଇଥିଲା। ଜରୁରି କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା।
ପାଳଲହଡ଼ାରେ ତିନିଦିନିଆ ସଟ୍ଡାଉନ୍
- Post published:May 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
