ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରୀ ନିକଟ କୋଡିଏମାଇଲ ହାଟଛକରେ ଗତକାଲି ରାତିରେ ଦୋକାନ ଓ ହୋଟେଲରୁ ଚୋରିକରିବାବେଳେ ୩ ଜଣ ଯୁବକ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖୁଣ୍ଟରେ ବାନ୍ଧିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାରକରି ପଚରାଉଚରା ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ,ଶନିବାର ରାତି ପ୍ରାୟ ୨ଟାବେଳେ କୋଡିଏ ମାଇଲ ହାଟଛକରେ ତିନିଜଣ ଯୁବକ ଯୁଗଳ ସାହୁ(୪୨)ଙ୍କ ହୋଟେଲ ଓ ନଗେନ ପ୍ରଧାନ(୨୫)ଙ୍କ ପାନମସଲା ଦୋକାନରୁ ଚୋରି କରୁଥିଲେ। ଯୁଗଳ ଓ ନଗେନ ସେଠାରେ ଶୋଇଥିଲେ। ଚୋର ପଶିଥିବା ଜାଣି ଚୋରପଶିଥିବା ଦୁହେଁ ଚିତ୍କାର କରିଥିଲେ। ପାଟିଶୁଣି ସ୍ଥାନୀୟଲୋକେ ରୁଣ୍ଡହୋଇଯାଇ ୩ ଯୁବକଙ୍କୁ କାବୁକରି ବିଦ୍ୟୁତଖୁଣ୍ଟରେ ବାନ୍ଧିଥିଲେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସକାଳ ୭ ଟାବେଳେ ପୁଲିସ ପହଞ୍ଚି ଯୁବକ ୩ଜଣଙ୍କୁ ଉଦ୍ଧାରକରିଛି। ସେମାନେ ହେଉଛନ୍ତି ତାଳଚେର କୋଲିୟରୀ ଥାନା ଭାଲୁଗାଡ଼ିଆ ଗାଁର ମନୋଜ ନାଏକ(୨୦), ସୁମନ୍ତ ନାଏକ(୨୧) ଓ ସମୀର ନାଏକ(୨୦)। ପୁଲିସ ତାଙ୍କଠାରୁ ଦୋକାନରୁ ଚୋରାଇଥିବା ୨ ହଜାର ଟଙ୍କା, ଦୁଇଦିନ ପୂର୍ବରୁ ତାଳଚେର ଅଞ୍ଚଳରୁ ଚୋରି କରିଥିବା ଏକ ହୋଣ୍ଡାସାଇନ୍ ବାଇକ୍ (ଓଆର୍୧୯ଡି-୧୩୫୨), ୪ଟି ମୋବାଇଲ୍ ଫୋନ୍, ଏଟିଏମ କାର୍ଡ, ଗୋଟିଏ ଖଣ୍ଡା, ରେଞ୍ଚିସେଟ୍, ଜବତ କରିଛି। ପୁଲିସ ସେମାନଙ୍କୁ ଅଟକରଖି ପଚରାଉଚରା ଚଳାଇଛି।
ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ
- Post published:September 27, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
