ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଆୟୋଜିତ

You are currently viewing ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଦେଶ ଫେରନ୍ତା ସମାଜସେବୀ ଦମ୍ପତି ଦିଲେଶ୍ୱର ପ୍ରଧାନ ଓ ତାଙ୍କ ପତ୍ନୀ ପ୍ରଭାତୀ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ସିଆରସିସି ବୁଲୁ ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଭାଗିରଥି ସେଠୀ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ କଣିହାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ବେହେରା, ବିଦ୍ୟାଳୟର ସଭାପତି ସୁଧାକର ସାହୁ, ଦିଲେଶ୍ୱର ସାହୁ, ରଞ୍ଜନ ପ୍ରଧାନ, ବସନ୍ତ ସାହୁ, ସବିତା ସାହୁ, ଲବଙ୍ଗ ସାହୁ, ୱାର୍ଡ ମେମ୍ବର ସୁମିତ୍ରା ପ୍ରଧାନ, ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ, ଅଙ୍ଗନୱାଡି ଶିଶୁ ପ୍ରମୁଖ ତିଥିଭୋଜନରେ ସାମିଲ ହୋଇଥିଲେ।
ଏହି ଅବସରରେ ବିଦ୍ୟାଳୟରେ ନିଜସ୍ଵ ଅନୁଦାନରେ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟ ଅତିଥି ଦମ୍ପତି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଶିକ୍ଷକ ଜିତେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply