ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଗୁରୁବାର ସକାଳେ ନିଆଁ ଲାଗିଯାଇଥିଲା ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଲାଇନ କାଟି ନିଆଁକୁ ଆୟତ୍ତ କରିନେଇଥିଲେ। ସୂଚନା ମୁତାବକ, ସକାଳ ପ୍ରାୟ ସାଢେ ୯ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡ ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ତଳେ କିଛି ଯନ୍ତ୍ରାଂଶରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ହୁତହୁତ ହୋଇ ଜଳିବାରୁ କାର୍ଯ୍ୟରତ କର୍ମଚାରୀ ଭୟଭୀତ ହୋଇଥିଲେ । ଖବର ପାଇ ବିଦ୍ୟୁତ କର୍ମଚାରୀ ପହଞ୍ଚି ସଂଯୋଗକୁ କାଟି ଦେଇଥିଲେ। ଫଳରେ ନିଆଁ ଆୟତକୁ ଆସିଥିଲା। ତେବେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ନିଆଁ ଲାଗିବା ଏହା ପ୍ରଥମ ଘଟଣା ନୁହଁ। ଉକ୍ତ ଟ୍ରାନ୍ସଫର୍ମର ପାଖରେ ଥିବା କିଛି ଉଠା ଦୋକାନୀ ବିଦ୍ୟୁତ ଚୋରି କରି ବ୍ୟବହାର କରୁଛନ୍ତି। ଜଣେ ବ୍ୟବସାୟୀ ଉକ୍ତ ଟ୍ରାନ୍ସଫର୍ମର ପାଖରେ ଥିବା ଡ୍ରପ ଆଉଟ୍ ବକ୍ସରେ ହୁକ୍ ପକାଉଥିଲେ। ହୁକ୍ ପକାଇବା ବେଳେ ବିଦ୍ୟୁତ ତାର ମଧ୍ୟରେ ସର୍ଟ ସର୍କିଟ ହୋଇଯାଇଥିଲା। ଫଳରେ ଉକ୍ତ ଯନ୍ତ୍ରାଂଶରୁ ନିଆଁ ବାହାରି ଟ୍ରାନ୍ସଫର୍ମର ପର୍ଯ୍ୟନ୍ତ ଜଳିବା ଆରମ୍ଭ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଜଳିଗଲା ଟ୍ରାନ୍ସଫର୍ମର
- Post published:June 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul