ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମର ତ୍ରିନାଥ ମନ୍ଦିର ନିକଟସ୍ଥ ପଡ଼ିଆ ଠାରେ ଟାଇଗର ବଏଜ୍ ପକ୍ଷରୁ ପ୍ରଥମ ତ୍ରିନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ସମାଜସେବୀ କ୍ଷୀରୋଦ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମନୋଜ କୁମାର ବେହେରା, ରଞ୍ଜନ ବେହେରା, ସୁବାଷ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚରେ କୁକୁଡ଼ାଙ୍ଗ ସହିତ ହେଁସମୂଳ କ୍ରିକେଟ୍ ଟିମ୍ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚରେ କୁକୁଡ଼ାଙ୍ଗ ଦଳ ୧୦ ଓଭରରେ ୧୪୩ ରନ୍ କରିଥିବା ବେଳେ ହେଁସମୂଳ ଦଳ ୮୦ ରନ୍ କରି ପରାସ୍ତ ହୋଇଥିଲେ। ଖେଳରେ ଏମ୍ପାୟାର ଭାବେ ସିଙ୍ଗଲ ଦାସ ଓ ଚିନୁ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଗୌତମ ପ୍ରଧାନ, ବାଦଲ ସାହୁ, ଜିତୁ ସାହୁ ଏବଂ ଭାଷ୍ୟକାର ଭାବେ ଟିକନ ମାଷ୍ଟ୍ରେ କାର୍ଯ୍ୟ ତୁଲାଇଥିଲେ। ଏହି ଖେଳ ୧୦ ଦିନ ଧରି ଚାଲିବ ଏବଂ ଆସନ୍ତା ୧୫ ତାରିଖରେ ଗ୍ରାଣ୍ଡ ଫାଇନାଲ୍ ଖେଳ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଘଣ୍ଟପଡ଼ା ତ୍ରିନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ୧୦ ଦିନ ଧରି ଚାଲିବ ମ୍ୟାଚ୍
- Post published:January 7, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
