ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଚାଳକଙ୍କ ଦୁଇ ଗୋଡ଼

You are currently viewing ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଚାଳକଙ୍କ ଦୁଇ ଗୋଡ଼

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁଲାଡ ଓଡ଼ିଶୀ ମୋଟର ସାମ୍ନାରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି (ସୋମବାର) ରାତି ପ୍ରାୟ ୧୧ ଟା ବେଳେ ଅନୁଗୁଳରୁ ବଅଁରପାଳ ଦିଗକୁ ଆସୁଥିବା ଟ୍ରଲର (ଓଡି ୩୫ ଜି ୯୪୪୨) ସହିତ ବଅଁରପାଳରୁ ଅନୁଗୁଳ ଅଭିମୁଖେ ଯାଉଥିବା ଟ୍ରକ (ଓଡି୨୧ ଏଫ ୮୦୨୬) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଟ୍ରକ ଚାଳକ ଚାପି ହୋଇଯାଇଥିଲେ। ତାଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଛି। ତେବେ ଗୁରୁତର ଟ୍ରକ ଚାଳକଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ତୁରନ୍ତ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ଖବର ପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣା ଗ୍ରସ୍ତଗାଡ଼ି ଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ସାଇଡ କରିଛି।

Share

Leave a Reply