ଚୋରା କୋଇଲା ବୋଝେଇ ଟ୍ରକ ଜବତ

You are currently viewing ଚୋରା କୋଇଲା ବୋଝେଇ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ସକାଳେ ୫୫ ନଂ ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ସୂଚନା ଯେ, ଏକ ଚୋରା କୋଇଲା ବୋଝେଇ ୧୪ ଚକିଆ ଟ୍ରକ(ଓଡି-୦୪ଏନ୍-୬୨୫୯) ତାଳଚେରରୁ ଜାଜପୁର ଆଡ଼କୁ ଯାଉଥିଲା। ଏ ନେଇ ସୂଚନା ପାଇବା ପରେ ପୁଲିସ ସଦଳବଳ ଟ୍ରକକୁ ଅଟକାଇଥିଲେ। ଟ୍ରକ୍ ଚାଳକ ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳର ତରୁଣ ନାଏକ(୨୪) କୋଇଲାର କାଗଜପତ୍ର ମାଗିଥିଲେ। ଚାଳକ ଏକ ଟ୍ରାଞ୍ଜିଟ ପରମିଟ ଦେଖାଇଥିଲେ। ଯାହାକି ନିକଲିଥିବା ପୁଲିସ ଜାଣିବାକୁ ପାଇଲା। ପୁଲିସ ଟ୍ରକର ଓଜନ କରାଇ ଜାଣିବାକୁ ପାଇଲା ଯେ, ଏଥିରେ ୩୧.୬୨୦ ଟନ୍ କୋଇଲା ଲୋଡ ହୋଇଛି। ଚାଳକ ତରୁଣ ପୁଲିସ ଆଗରେ ପ୍ରକାଶ କରିଛି ଯେ, ତାଳଚେର ବଳରାମ ଖଣି ଅଞ୍ଚଳର ଭୁବନେଶ୍ବରୀ ଖଣିରୁ ଏହି କୋଇଲା ଆସିଛି। ଏଥିରେ ଟ୍ରକ୍ ମାଲିକ ଜାଜପୁର ଜିଲ୍ଲା କଳିଙ୍ଗ ନଗରର ଅମିତାଭ ପଣ୍ଡାଙ୍କ ନିର୍ଦ୍ଦେଶରେ ତାଳଚେର ଅଞ୍ଚଳର ଶିବ ନାମକ ଜଣେ ବ୍ୟକ୍ତି ଏହି ଚୋରା କୋଇଲା ଚାଲାଣରେ ସହାୟତା କରିଥିଲେ। ପୁଲିସ ଏକ ମାମଲା ରୁଜକରି ଟ୍ରକସହ କୋଇଲା ଜବତକରିଛି। ଟ୍ରକ୍ ଚାଳକ ତରୁଣଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

Share

Leave a Reply